ମନ୍ଦିର ଭିତରେ ଜଣେ ବୃଦ୍ଧଙ୍କ ଆତ୍ମହତ୍ୟା : ସୁଇସାଇଡ଼ ନୋଟ୍ ଜବତ, ପୋଲିସ ବିରୋଧରେ ଅଭିଯୋଗ ଆଣିଥିବା ଚର୍ଚ୍ଚା

Published By : Prameya-News7 Bureau | August 02, 2020 IST

କୋଣାର୍କ ୦୨।୦୮: ପୁରୀ ଜିଲ୍ଲା ଗୋପ ଥାନା ନାଗପୁର ବାଟ ମଙ୍ଗଳା ପୀଠ କାଳିମନ୍ଦିରରେ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତକ ଦେବୀଙ୍କ କାଳିସି ଗୋବିନ୍ଦ ଚନ୍ଦ୍ର ମହାରଣା । ଘଟଣା ସ୍ଥଳରୁ ଏକ ସୁଇସାଇଡ଼ ନୋଟ୍ ମିଳିଥିବା ବେଳେ ପୋଲିସ ଏହାକୁ ଜବତ କରିଛି । ତେବେ ଗୋବିନ୍ଦ ଚନ୍ଦ୍ର ସୁଇସାଇଡ଼ ନୋଟରେ ପୋଲିସ ବିରୋଧରେ ଅଭିଯୋଗ ଆଣିଥିବା ଚର୍ଚ୍ଚା ହେଉଛି।

{"id":308838,"sizeSlug":"large"}

ସୂଚନା ଅନୁସାରେ କୌଣସି ଏକ ଘଟଣାକୁ ନେଇ ଗତକାଲି ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହିତ ତାଙ୍କର ଗଣ୍ଡଗୋଳ ହୋଇଥିଲା ।  ଘଟଣାକୁ ନେଇ ଗୋବିନ୍ଦ ଗୋପ ପୋଲିସକୁ ଜଣାଇଥିଲେ। । ତେବେ ପୋଲିସ ସେଥିପ୍ରତି ଗୁରୁତ୍ବ ଦେଇନଥିବାରୁ ଗୋବିନ୍ଦ ଚନ୍ଦ୍ର ଆତ୍ମହତ୍ୟା କରିଥିବା ଲୋକେ ଅଭଯୋଗ କରିଛନ୍ତି ।

{"id":308839,"sizeSlug":"large"}

ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।  ଭିତରପଟୁ ଘର ବନ୍ଦ ଥିଲା ଏବଂ ଘର ବାହାରେ ସୁଇସାଇଡ଼ ନୋଟ ପଡ଼ିଥିଲା। ପୋଲିସ ଏହାକୁ ଜବତ କରିଥିଲା । ମାଜିଷ୍ଟ୍ରେଟ ଆସିଲେ ଘର ଭଙ୍ଗାଯାଇ ମୃତଦେହ ଉଦ୍ଧାର କରାଯିବ ବୋଲି ପୋଲିସ କହିଛି। ସେପଟେ ଗୋବିନ୍ଦଙ୍କ ହତ୍ୟା କରାଯାଇଥିବା ମଧ୍ୟ କିଛି ଲୋକ ସନ୍ଦେହ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.