ଖଣିରୁ ମୃତଦେହ ମିଳିବା ଘଟଣା, ଜଣେ ମହିଳା ସମେତ ୪ ଅଟକ

Published By : Prameya-News7 Bureau | June 18, 2022 IST

ଖୋର୍ଦ୍ଧା ୧୮।୦୬ : ଆଦର୍ଶ ଥାନା ନିଆଳ ଖଣିରୁ ମୃତଦେହ ଜବତ ଘଟଣା। ମୃତକଙ୍କ ପରିଚୟ ମିଳିଛି। ମୃତକ କେରଙ୍ଗ ଗାଁର ଅତ୍ତାଉଲ୍ଲା ଖାଁ। ଘଟଣାରେ ପୋଲିସ ୪ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, କେରଙ୍ଗ ଗାଁର ଅତ୍ତାଉଲ୍ଲା ଖାଁଙ୍କୁ ଗଳାକାଟି ହତ୍ୟା କରିବା ପରେ ଜରି ଅଖାରେ ବାନ୍ଧି ଖଣିରେ ପକାଇଥିଲେ ଦୁର୍ବୁର୍ତ୍ତ। ମୃତଦେହ ମିଳିବା ପରଠୁ ଆକ୍ସନକ ଆସିଥିଲା ପୋଲିସ । ଏହି ହତ୍ୟା ପଛରେ କାରଣ କଣ ଏବଂ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ ଜାରି ରଖିଥିଲା ଆଦର୍ଶ ଥାନା ପୋଲିସ । ଏବେ ଏହି ଘଟଣାରେ ଆଦର୍ଶ ଥାନାରେ ଜଣେ ମହିଳାଙ୍କ ସମେତ ୪ ଜଣ ଅଟକ ରଖିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.