୫ ଦିନ ତଳେ ସଂପର୍କୀୟଙ୍କ ଘରକୁ ଯାଇ ଥିଲେ ନିଖୋଜ, ଏବେ ନଦୀରୁ ଠାବ ହେଲା ସୁନାରାମଙ୍କ ମୃତଦେହ
3/12/2020 at 12:17 PM

କରଞ୍ଜିଆ ୦୩।୧୧: ନଦୀରେ ଭାସୁଛି ମୃତଦେହ । କରଞ୍ଜିଆ ବୈତରଣୀ ନଦୀର ଗୋବିନ୍ଦପୁର ବାଲିଘାଟରୁ ମୃତଦେହ ଠାବ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ କେନ୍ଦୁଝର ଜିଲ୍ଲା ବାରିଆ ଥାନା ଗୋବିନ୍ଦପୁର ଗାଁର ସୁନାରାମ ମୁଣ୍ଡା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ସୁନାରମା ୫ ଦିନ ତଳେ ନିଜ ସମ୍ପର୍କୀୟ ଭାଇଙ୍କ ଘରକୁ ଯିବା ପାଇଁ ବୈତରଣୀ ନଦୀ ପାର ହୋଇ ରାଇଡିହା ଗାଁ ଯାଇଥିଲେ । ତା ପରଠାରୁ ତାଙ୍କର ଆଉ କୌଣସି ଖୋଜ୍ ଖବର ନଥିଲା । ସେବେଠାରୁ ସୁନାରାମ ନିଖୋଜ ଥିଲେ । କିନ୍ତୁ ଆଜି ବୈତରଣୀ ନଦୀ ଗୋବିନ୍ଦପୁର ବାଲିଘାଟରୁ ତାଙ୍କର ମୃତଦେହ ଠାବ ହୋଇଛି । ତେବେ ସୁନାରମଙ୍କୁ ବାଲି ମାଫିଆ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି । ମୃତଦେହ ପଡିଥିବା ସ୍ଥାନକୁ ଜିଲ୍ଲାପାଳ ନଆସିବା ପର୍ଯ୍ୟନ୍ତ ପାଣିର ଶବ କାଢିବେନାହିଁ ବୋଲି ପରିବାର ଲୋକେ କହିଛନ୍ତି । ଘଟଣାସ୍ଥଳରେ ରରୁଆଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।