ଶ୍ରମିକଙ୍କ ମୃତଦେହ ଠାବ, ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ କରୁଥିଲେ କାମ

Published By : Prameya-News7 Bureau | September 07, 2022 IST

ଚଣ୍ଡିଖୋଲ ୦୭।୦୯ : ଶ୍ରମିକଙ୍କ ମୃତଦେହ ଠାବ । ଯାଜପୁର ଜିଲ୍ଲା ସିହା ପଞ୍ଚାୟତରେ ନିର୍ମାଣ ଚାଲିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରୁ ଏହି ମୃତଦେହ ଠାବ ହୋଇଛି ।  ମୃତ ଶ୍ରମିକଙ୍କ ନାମ ଧନେଶ୍ୱର ପ୍ରାସଦ ଯାଦବ । ତାଙ୍କ ଘର ଛତିଶଗଡ଼ ଅଞ୍ଚଳର ବୋଲି ଜଣାପଡିଛି ।  

ଖବର ଅନୁଯାୟୀ,  ଛତିଶଗଡ ଅଞ୍ଚଳର ଧନେଶ୍ୱର ପ୍ରସାଦ ଯାଦବ ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସରେ ରହିବା ସହ ଶ୍ରମିକ ଭାବେ କାମ କରୁଥିଲେ । ମଙ୍ଗଳବାର ରାତିରେ ସେ ଖାଇ ନଥିବା ବେଳେ ଶରୀର ଅସୁସ୍ଥତା ଅନୁଭବ କରୁଥିବା ସାଥୀମାନେ କହିଛନ୍ତି । ମେଡିକାଲ ଯିବାକୁ ମନା କରିଥିଲେ । ହେଲେ ବୁଧବାର ସକାଳୁ ଶ୍ରମିକଙ୍କ ମୃତଦେହ ପଡିଥିବା ସାଥୀ ଶ୍ରମିକ ଦେଖିଥିଲେ । ଏହାପରେ  ଧାନମଣ୍ଡଳ ଫାଣ୍ଡି ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏବେ ଯାଏଁ ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.