AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ରାସ୍ତାକଡ଼ରେ ପଡିଛି ଅଜଣା ମୃତଦେହ, କାରଣ ଖୋଜୁଛି ପୋଲିସ

8/09/2022 at 1:07 PM

ବୌଦ୍ଧ ୦୮।୦୯ : ବସ୍‌ ଷ୍ଟପ୍‌ରେ ପଡିଛି ଅଜଣା ମୃତଦେହ । ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବସ୍‌ ଷ୍ଟପ୍‌ରେ ପଡିଛି ଏହି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  

ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ ଜୁନିୟର କଲେଜ ରେଷ୍ଟ ହାଉସ୍‌ ଭିତରେ ଜଣେ ଯୁବକଙ୍କ ମୃତଦେହ ପଡିଥିଲା । ଏହାକୁ ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜରିବା ସହ ତଦନ୍ତ ଆରମ୍ଭ କରିଛି ।  ତେବେ ପରିପାର୍ଶିକ ସ୍ଥିତିରୁ ଏହା ସ୍ୱାଭାବିକ ମୃତ୍ୟୁ ବୋଲି ଜଣାପଡ଼ିଥିବା ବେଳେ ମୃତକଙ୍କ ପରିଚୟ ଖୋଜୁଛି ପୋଲିସ । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ସେପଟେ ମୃତକଙ୍କ ପରିଚୟ ମିଳିନଥିବା ହେତୁ କିଏ ହତ୍ୟା କରି ଫିଙ୍ଗି ଦେଇଛି ନା ଏହା ଏକ ସ୍ଵାଭାବିକ ମୃତ୍ୟୁ ତାହା ଏବେ ବି ସନ୍ଦେହ ଘେରରେ ରହିଛି ।

   Related Posts