ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା ହତ୍ୟା ?

28/08/2022 at 2:46 PM

ବୋରିଗୁମ୍ମା ୨୮।୦୮: ପୋଖରୀରୁ ଯୁବକଙ୍କ ମୃତଦେହ ଠାବ। କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ କାର୍ଯ୍ୟାଳୟ ସମୁଖରେ ଥିବା ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ କୁନା ମାଝୀ ବୋଲି ଜଣା ପଡିଛି ।

ଖବର ଅନୁଯାୟୀ, ରବିବାର ଦିନ କିଛି ସ୍ଥାନୀୟଲୋକେ ଗାଧୋଇବା ସମୟରେ ଶବଟି ପାଣିରେ ଭାସୁଥିବା ଦେଖି କୋଟପାଡ଼ ପୋଲିସକୁ ଖବର ଦେଇଥିଲେ। ଖବର ପାଇ କୋଟପାଡ଼ ଥାନା ଅଧିକାରୀ ଶେଷଦେବ ବେହେରା ଓଡ୍ରାଫ ଟିମକୁ ଧରି ଶବକୁ ଉଦ୍ଧାର କରିଛନ୍ତି। ଶବକୁ ବ୍ୟବଛେଦ ପାଇଁ ପଠାଯାଉଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ମୃତ ଯୁବକ ଜଣକ କୋଟପାଡ଼ କାଉନସିଲର କୁଲୁ ମାଝୀଙ୍କ ଭାଇ ବୋଲି ଜଣାପଡ଼ିଛି।

   Related Posts