ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ, ମାଲିକଙ୍କ ଘର ସାମ୍ନାରେ ଧାରଣା

Published By : Prameya-News7 Bureau | November 27, 2022 IST

ଭୁବନେଶ୍ୱର ୨୭।୧୧ : ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟୁ । ମାଲିକଙ୍କ ଘର ସମ୍ମୁଖରେ ମୃତଦେହ ରଖି ଧାରଣା । ଭୁବନେଶ୍ୱର ନୟାପଲ୍ଲୀ ନୂଆସାହିରେ ଧାରଣା ଦେଇଛନ୍ତି ପରିବାର ଲୋକେ । ମୃତକ ହେଲେ ଶଙ୍କର ମହାରଣା ।

ଖବର ଅନୁଯାୟୀ,  ନୟାପଲ୍ଲୀ କୃଷ୍ଣ କଲ୍ୟାଣ ନଗର ବସ୍ତି ରେ ସପରିବାରେ ରହୁଥିଲେ ଶଙ୍କର । ଗତ ବୁଧବାର ଗାଡିମାଲିକ ସାଙ୍ଗରେ ନେଇ ଯଶିପୁର ଯାଇଥିଲେ । ଶୁକ୍ରବାର ଶଙ୍କର ଫୋନ ନ ଉଠାଇବାରୁ ବଢିଥିଲା ସନ୍ଦେହ । ପରେ ତାଙ୍କ ମୃତଦେହ ମିଳିଥିଲା । ହେଲେ ମୃତ୍ୟୁ କିପରି ହେଲା , ତାକୁ ନେଇ ପରିବାର ଲୋକେ ଚିନ୍ତାର । ନ୍ୟାୟ ଦାବିରେ ମାଲିକଙ୍କ ଘର ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଛନ୍ତି ପୁରା ପରିବାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.