scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନାଳରୁ ମିଳିଲା ଓ୍ୱାର୍ଡ ମେମ୍ବରଙ୍କ ମୃତଦେହ, ସଭାକୁ ଯାଇ ଆଉ ଫେରିନଥିଲେ

31/10/2022 at 12:24 PM

ବାଂଶପାଳ ୩୧।୧୦ : ଗାଁ ନିକଟ ନାଳରୁ ଓ୍ୱାର୍ଡ ମେମ୍ବରଙ୍କ ମୃତଦେହ ଠାବ । ମୃତକ କେନ୍ଦୁଝର ଜିଲ୍ଲା ସଦର ଥାନା ତଳଯାଗର ଗାଁର ଭଗବାନ ଦେହୁରୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ତଳଯାଗର ଗାଁର ୱାର୍ଡ ମେମ୍ବର ଭଗବାନ ଦେହୁରୀ ରବିବାର କୁମୁଣ୍ଡି ପଞ୍ଚାୟତରେ ଏକ ସଭାକୁ ଯାଇଥିଲେ। ସେଠାରୁ ସେ ଆଉ ଘରକୁ ଫେରିନଥିଲେ । ସୋମବାର ସକାଳେ ତାଙ୍କ ମୃତଦେହ ଗାଁ ନିକଟ ନାଳରେ ପଡିଥିବାର ଦେଖିବାକୁ ମିଳିଥିଲା । ନାଳରେ ମୃତଦେହ ଭାସୁଥିବା ବେଳେ ନାଳ କଡରେ ତାଙ୍କ ଚପଲ ଓ କାଗଜ ପତ୍ର ପଡିଥିବା ଦେଖିବାକୁ ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପରିବାର ଲୋକ ହତ୍ୟା ସନ୍ଦେହ କରୁଛନ୍ତି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି ।

   Related Posts