ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ମୁଣ୍ଡଳୀ ବ୍ରିଜ୍‌ରୁ ଡେଇଁ ଯୁବକଙ୍କ ନିଖୋଜ ଘଟଣା, ଦୁଇ ଦିନ ପରେ ମିଳିଲା ମୃତଦେହ

29/08/2022 at 11:46 AM

ଆଠଗଡ଼ ୨୯।୦୮: ମୁଣ୍ଡଳୀ ବ୍ରିଜରେ ସ୍କୁଟି ରଖି ମହାନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା । ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଠାବ । ଆଠଗଡ଼ ଗୁରୁଡିଝାଟିଆ ଥାନା ଲିଙ୍ଗାପଦା ନିକଟ ମହାନଦୀ କୂଳରୁ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, କିଛି ଦିନ ତଳେ ମୁଣ୍ଡଳୀ ବ୍ରିଜ୍‌ ଉପରେ ଜଣେ ବ୍ୟକ୍ତି ସ୍କୁଟି ରଖି ମହାନଦୀକୁ ଡେଇଁପଡିଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତାମିଳିନଥିଲା । ଶେଷରେ ସୋମବାର ଦିନ ଗୁରୁଡିଝାଟିଆ ଥାନା ଲିଙ୍ଗାପଦା ନିକଟ ମହାନଦୀ କୂଳରେ ଲାଗିଥିବା ଦେଖି ଥାନାକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଏହାପରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ନାମ ବିଶ୍ୱଦେବ ଦାସ୍‌ । ତାଙ୍କ ଘର ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳର ବୋଲି ଜଣାପଡିଛି ।

   Related Posts