oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ବାତ୍ୟା ଆଶ୍ରୟସ୍ଥଳୀରୁ ଠାବ ହେଲା ମୃତଦେହ, ହତ୍ୟା ନା ଆଉ କିଛି ?

22/09/2021 at 10:36 AM

ବ୍ରହ୍ମଗିରି ୨୨।୦୯: ବାତ୍ୟା ଆଶ୍ରାୟସ୍ଥଳୀ ନିକଟରୁ ଯୁବକଙ୍କ ମୃତଦେହ ଠାବ । ପୁରୀ ଜିଲ୍ଲା  ସାତପଡ଼ା ଅଞ୍ଚଳରୁ ଠାବ ହୋଇଛି ମୃତଦେହ । ମୃତ ଯୁବକ ବାଲୁଗାଁ ଅଞ୍ଚଳର ରତ୍ନାକର ସ୍ୱାଇଁ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ରତ୍ନାକର ସାତପଡ଼ା ଅଞ୍ଚଳରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ହେଲେ ଆଜି ସାତପଡ଼ା ବାତ୍ୟା ଆଶ୍ରୟସ୍ଥଳୀ ନିକଟରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେପଟେ ସାତପଡ଼ା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ତେବେ ଯୁବକଙ୍କ ମୃତ୍ୟୁ କିପରି ହେଲା , ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ଆଉ ଯଦି ଏହା ସ୍ୱଭାବିକ ମୃତ୍ୟୁ ହୋଇଛି , ତାହାଲେ କାରଣ କଣ । ସେନେଇ ଖୋଲତାଡ଼ ଜାରି ରଖିଛି ସାତପଡ଼ା ଫାଣ୍ଡି ପୋଲିସ । ଖୁବଶୀଘ୍ର ମୃତ୍ୟୁ ପଛର କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

   Related Posts