ଆମ୍ବଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ

Published By : Prameya-News7 Bureau | June 06, 2022 IST

ଭୁବନ ୦୬।୦୬ : ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା ଭୁବନ ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ କଡ଼ରେ ଥିବା ଆମ୍ବଗଛରୁ ମୃତଦେହ ଠାବ ହୋଇଛି । ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସୋମବାର ସକାଳୁ କିଛି ଲୋକେ ସେହି ରାସ୍ତା ଦେଇ ଯାଉଥିବା ସମୟରେ ଆମ୍ବଗଛରେ ମୃତଦେହ ଝୁଲୁଥିବାର ଦେଖିଥିଲେ । ଏକ ରଶି ସହାୟତାରେ ଯୁବକଙ୍କ ମୃତଦେହ ଝୁଲୁଥିଲା । ଏହାପରେ ତୁରନ୍ତ ଭୁବନ ପୋଲିସକୁ ଖବର ଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ତେବେ ପାରିପାଶ୍ୱିକ ସ୍ଥିତିରୁ ଏହା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି । କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା , ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ସ୍ଥାନୀୟଲୋକେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.