ସମ୍ୱଲପୁର ୦୮/୦୮: ହୀରାକୁଦ ଡ୍ୟାମ ଝାଙ୍କରାଣୀ ନିକଟରେ ଭାସିଯାଇଥିବା ୨ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର । ଅଭିଷେକ କୁମାର ନାମକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ମହେଶ ଚିତ୍ତୁରି ଏବେବି ନିଖୋଜ ଅଛନ୍ତି ।
ଓଡ୍ରାଫ୍ଟ, ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ ଏବେ ବି ଜାରି ରଖିଛନ୍ତି । ଗତକାଲି ଗାଧୋଇବାକୁ ଆସି ୨ଜଣ ଭାସିଯାଇ ନିଖୋଜ ଥିବାବେଳେ ଜଣେ ଅଳ୍ପକେ ବର୍ତ୍ତିଯାଇଥିଲେ । ସମସ୍ତେ ଏମସିଏଲର ମ୍ୟାନେଜର ରାଙ୍କର ଅଧିକାରୀ ବୋଲି ପୋଲିସ କହିଛି ।