ନଦୀପଠାରୁ ମିଳିଲା ମୃତଦେହ, ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ସନ୍ଦେହ
13/01/2023 at 12:42 PM

ମୁନିଗୁଡା ୧୩/୦୧: ରାୟଗଡା ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡାପଦର ଗାଁ ନିକଟ ନଦୀ ବାଲିପଟାରୁ ପୋତାଯାଇଥିବା ମୃତଦେହକୁ ଉଦ୍ଧାର କରିଛି ଅମ୍ବାଦଳା ପୋଲିସ । ସେହି ଗ୍ରାମର ମୃତକ ଜଣକ ହେଲେ ବିଭୀଷଣ ନୁଣ୍ଡ୍ରୁକା ।
ଜାନୁୟାରୀ ପହିଲାରେ ତାରିଖରେ କୁମୁଡାପଦର ଗାଁ ଲୋକେ ମିଳିତ ଭାବେ ଗାଁ ନିକଟ ଏକ ଜଙ୍ଗଲରେ ବଣଭୋଜିର ଆୟୋଜନ କରିଥିଲେ । ସନ୍ଧ୍ୟାରେ ସମସ୍ତେ ଫେରି ଯାଇଥିବା ବେଳେ ବୀଭିଷଣ ଆଉ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ବିଭୀଷଣଙ୍କ ପତ୍ତା ମିଳିନଥିବା ବେଳେ ଗାଁ ଲୋକେ ବିଭୀଷଣଙ୍କୁ ଖୋଜିବାରେ ସାହାଯ୍ୟ ନକରିବାରୁ ବିଭିଷଣଙ୍କ ସଢୁ ସନ୍ଧେହ କରି ଅନ୍ୟ ଲୋକଙ୍କ ସହାୟତାରେ ନଦୀ ବାଲିପଠାରେ ଖୋଜିବା ବେଳେ ଏକ ଦୁର୍ଗନ୍ଧ ବାହାରିବା ପରେ ଗତକାଲି ଅମ୍ବାଦଳା ଥାନାରେ ଜଣାଇଥିଲେ ।
ବିଷମ କଟକ ଏସଡିପିଓଙ୍କ ସମେତ ଅମ୍ବାଦଳା ପୋଲିସ, ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ବାଲିରେ ପୋତାଯାଇଥିବା ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟମ ପାଇଁ କୋରାପୁଟ ମେଡିକାଲକୁ ପଠାଇଛି । ତେବେ ଏହି ହତ୍ୟା ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭୀଷଣକୁ ହତ୍ୟା କରାଯାଇଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।