ଦଶବାଟିଆ ଛକ ଗୁଣ୍ଡି ଜଙ୍ଗଲରୁ ମୃତଦେହ ଉଦ୍ଧାର, ରୋଗ ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା କରିଥିବା ସନ୍ଦେହ

Published By : Prameya-News7 Bureau | May 26, 2022 IST

କୋଣାର୍କ ୨୬/୦୫: କୋଣାର୍କ ଭୂବନେଶ୍ୱରର ମୁଖ୍ୟ ରାସ୍ତା ଦଶବାଟିଆ ଛକ ଗୁଣ୍ଡି ଜଙ୍ଗଲରୁ ଜଣେ ବ୍ୟକ୍ତିକ ମୃତଦେହ ଉଦ୍ଧାର । ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି କୋଣାର୍କ ପୋଲିସ । ମୃତ ବ୍ୟକ୍ତି ଜଣଙ୍କ ଶାରେଡା ଗାଁର ୬୦ ବର୍ଷୀୟ କୈଳାସ ଚନ୍ଦ୍ର ଖୁଣ୍ଟିଆ ।

ଦୀର୍ଘଦିନ ଧରି ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିଲେ କୈଳାସ । ଫଳରେ ଶରୀରର ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯଉଛି । ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଜାଣିବାକୁ ପାଇଛି । କୋଣାର୍କ ପୋଲିସ ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.