କୋଚିଂ ସେଣ୍ଟରରେ ଝୁଲୁଛି ଅଚିହ୍ନା ଯୁବକଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ସସପେନ୍ସ ଜାରି
9/09/2022 at 1:04 PM

କୋଣାର୍କ ୦୯/୦୯: ପୁରୀ ଜିଲ୍ଲା ଗୋପ ବ୍ଳକ ଛଇତନା-ବାଲିଘାଇ ରାସ୍ତାର ଗଇଣ୍ଡଳ ଛକ, କୋଚିଙ୍ଗ ସେଣ୍ଟରରେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗାମୁଛାରେ ଝୁଲୁଥିବା ବେଳେ ଉଦ୍ଧାର କରିଛି ରାମଚଣ୍ଡୀ ପୋଲିସ ।
ସୂଚନା ଥାଉକି ଗତକାଲି ବିଳମ୍ବିତ ରାତିରେ ଛଇତନା ଗାଁର ଜତିନୀ କାନୁନଗୋଙ୍କ ଘରେ ଚାଲିଥିବା ଏକ କୋଚିଂ ସେଣ୍ଟର କରିଥିବା ବାଲିଘାଇ-ଛଇତନା ରାସ୍ତାର ପାର୍ଶ୍ୱରେ ଯୁବକ ଝୁଲୁଥିବା ଅବସ୍ଥାରେ ଫୁଲ ତୋଳିବାକୁ ଆସିଥିବା କିଛି ମହିଳା ଓ ପୁରୁଷ ଦେଖିଥିଲେ । ପରେ ଘର ମାଲିକଙ୍କୁ ଖବର ଦେବା ସହ ରାମଚଣ୍ଡୀ ଥାନା ଅଧିକାରୀ ଙ୍କୁ ଜଣାଇଥିଲେ ।
ଖବର ପାଇଁ ରାମଚଣ୍ଡୀ ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କା ପହଞ୍ଚି ମୃତଦେହକୁ ଦେଖିବା ପରେ ସାଇଣ୍ଟଫିକ୍ ଟିମ୍ ଡକାଇ ତଦନ୍ତ ଚଳାଇଛନ୍ତି। ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳି ନଥିବା ବେଳେ ସ୍ଥାନୀୟ ଲୋକମାନେ ଭୟଭୀତ ଥିବା ଦେଖିବାକୁ ମିଳିଛି । ଯୁବକ କେଉଁଠୁ ଆସିଲେ ଆତ୍ମହତ୍ୟା ନା ହତ୍ୟା ତାହା ଜଣା ପଡ଼ିନି ।