ପୋଖରୀ ହୁଡାରେ ପଡିଛି ରୋଷେୟାଙ୍କ ମୃତଦେହ, ହତ୍ୟା ନାଁ ଆତ୍ମହତ୍ୟା ବଢିଲା ସନ୍ଦେହ

Published By : Prameya-News7 Bureau | June 10, 2022 IST

କଳାହାଣ୍ଡି ୧୦/୦୬: କଳାହାଣ୍ଡି କେସିଙ୍ଗା ୱାର୍ଡନଂ ୯ରେ ଅଘଟଣ । ଏଠାରେ ଥିବା ପୋଖରୀ ହୁଡାରୁ ଜଣେ ୫୫ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ଏଯାଏଁ ଅସ୍ପଷ୍ଟ ରହିଛି । କେସିଙ୍ଗା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

ସୂଚନା ଥାଉକି, ମୃତ ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଏକ ହୋଟେଲରେ ରୋଷେୟା ଭାବରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି । ମୃତ୍ୟୁର ପ୍ରକୃତ କାରଣ କଣ ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.