ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ପଥର ଖାଦାନରୁ ଭାଇ ଓ ଭଉଣୀଙ୍କ ମୃତଦେହ ଉଦ୍ଧାର, ଗଛରେ ଝୁଲୁଛି ବାପାଙ୍କ ଶବ

5/07/2022 at 8:15 AM

ଝାରସୁଗୁଡା ୦୫/୦୭: ଝାରସୁଗୁଡା-ସୁନ୍ଦରଗଡ଼ ସୀମାନ୍ତ ନକାଡେରାରୁ ଉଦ୍ଧାର ହେଲା ବାପା, ପୁଅ ଓ ଝିଅର ମୃତଦେହ । ଝାରସୁଗୁଡା-ସୁନ୍ଦରଗଡ଼ ସୀମାନ୍ତ ତଥା ଛତିଶଗଡ଼କୁ ଲାଗି ରହିଥିବା ନକାଡେରା ପାଖ ପଥର ଖାଦାନରେ ଦୁଇ ଭାଇ ଭଉଣୀଙ୍କ ମୃତଦେହ ମିଳିଥିବାବେଳେ ନିକଟସ୍ଥ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ବାପାଙ୍କ ଶବ ଉଦ୍ଧାର ହୋଇଛି ।

ମୃତକମାନେ ଛତିଶଗଡ ରୟଗଡ଼ ଜିଲ୍ଲା ଭୁୟାପାଲିର ୩୫ ବର୍ଷୀୟ ନରେଶ ଗୁପ୍ତା, ତାଙ୍କ ପୁଅ ୫ ବର୍ଷୀୟ ସୂର୍ଯ୍ୟ ଗୁପ୍ତା ଓ ତିନି ବର୍ଷର ଝିଅ ସିମି ଗୁପ୍ତା ବୋଲି ଜଣାପଡିଛି । ଗତ ରବିବାର ଉଭୟ ଶିଶୁଙ୍କୁ ସାଙ୍ଗରେ ନେଇ ବୁଲିବାକୁ ଯାଉଛି କହି ଘରୁ ବାହାରିଥିଲେ ନରେଶ । ହେଲେ ସେମନେ ଘରକୁ ଫେରିନଥିଲେ ।

ଅନ୍ୟପଟେ ସେମନଙ୍କର ମୃତଦେହ ଠାବ ହେବାପରେ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ପୋଲିସ ଘଟଣାସ୍ଥଳକୁ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

   Related Posts