ମହିଳାଙ୍କ ଗଳାକାଟି ହତ୍ୟା, ଅମାନୁଷିକ କାଣ୍ଡ ପରେ ଫୋପାଡି ଚାଲିଗଲେ ମୃତଦେହ
21/01/2023 at 12:10 PM

ଚିତ୍ରକୋଣ୍ଡା ୨୧/୦୧: କାଙ୍କରାଇପଡା ଓ ଗୁଣ୍ଠାୱାଡା ମୁଖ୍ୟ ରାସ୍ତାରେ ପଡିଛି ମହିଳାଙ୍କ ମୃତଦେହ । ମହିଳାଙ୍କୁ ଗଳାକାଟି ହତ୍ୟା ପରେ ଫୋପାଡି ଚାଲିଗଲେ ଦୁର୍ବୃତ୍ତ । ମୃତ ମହିଳାଙ୍କ କୌଣସି ପରିଚୟ ଜଣାପଡ଼ିନି । ତେବେ କିଏ କାହିଁକି ହତ୍ୟା କଲା ତାହା ଜଣାପଡିନି । ଘଟଣାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ । ତେବେ ଯାହା ଅନୁମାନ କରାଯାଉଛି କୌଣସି ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ମହିଳାଙ୍କ ବେକକୁ କାଟି ଥିବା ଜଣାପଡିଛି ।
ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ମହିଳାଙ୍କୁ ଡାକି ଆଣି ଜଙ୍ଗଲ ମଝିରେ ବଳାତ୍କାର କରି ହତ୍ୟା କରାଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି ସ୍ଥାନୀୟ ଲୋକଙ୍କ ମନରେ । ତେବେ ଏହି ଘଟଣା ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ର କରି ଘଟିଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ମଧ୍ୟ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିରହିଛି ରାସ୍ତା ପାର୍ଶ୍ଵରେ ମୃତଦେହ ।