suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଘରୁ ମିଳିଲା ମହିଳାଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

1/04/2023 at 2:50 PM

ପାଟଣାଗଡ ୦୧/୦୪: ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ଵାମୀ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଇନପୁର ଗାଁରୁ । ମୃତକ ଜଣକ ହେଲେ ସଂଗୀତା ଛତର । ପାଟଣାଗଡ ବ୍ଲକ ଇନପୁର ଗାଁର ନବ ଛତରଙ୍କର ପୁଅ ସାଧୁଚରଣ ଛତର ୨୦୧୮ରେ ଖପ୍ରାଖୋଲ ଥାନା କଟାପାଲି ଗାଁର ସୁବଳ କଠାରଙ୍କ ଝିଅ ସଂଗୀତା କଠାରଙ୍କୁ ବିବାହ କରିଥିଲେ ।

ବାପ ଘର ଅଭିଯୋଗ ଅନୁସାରେ ଗତକାଲି ସିଡିରୁ ପଡି ସଂଗୀତାର ମୃତ୍ୟୁ ହେଇଥିବା ଖବର ଦେଇଥିଲେ । ହେଲେ ଆସିବା ପରେ ଜଣାପଡିଲା ଯେ, ଶାଶୁ ଘର ଲୋକେ ଝିଅକୁ ହତ୍ୟା କରି ଆମହତ୍ୟାର ରୁପ ଦେଇଥିବା ଅଭିଯୋଗ ହୋଇଛି । ଆମହତ୍ୟା ନୁହେଁ ତାକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛି ମୃତ ସଂଗୀତାଙ୍କ ବାପା । ତାଙ୍କ କହିବା ଅନୁସାରେ ବିବାହ ପର ଠାରୁ ଶାଶୁ ଘର ଲୋକେ ଯୈୈ।ତୁକ ନିର୍ଯାତନା ଦେଇ ଆସୁଥିବାରୁ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ଲାଗି ରହୁଥିଲା । ଏପରିକି ନିକଟରେ ଏକ ଗାଡି ଦେବାକୁ ଦାବି କରିଥିଲେ ।

ଶୁକ୍ରବାର ଶାଶୁଘର ଲୋକେ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ରମ୍ଭା ଥାନାରେ ହତ୍ୟା ଓ ଯୌତୁକ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଘଟଣାରେ ସ୍ଵାମୀ ସାଧୂଚରଣ ଛତରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ଏହା ଆମହତ୍ୟା ନା ହତ୍ୟା ତାହା ପୋଷ୍ଟମଟମ ରିପୋର୍ଟ ପରେ ଜଣାପଡିବ ବୋଲି ପୋଲିସ କହିଛି ।

   Related Posts