ବେଳାଭୂମିରେ ପଡିଛି ମୁଣ୍ଡବିହୀନ ଶବ, ପରିଚୟ ଖୋଜୁଛି ପୋଲିସ

Published By : Prameya-News7 Bureau | June 28, 2022 IST

ଜଳେଶ୍ୱର ୨୮।୦୬: ସମୂଦ୍ର ବେଳାଭୂମିରୁ ଜଣେ ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବାଲିବିଲ ଗାଁ ନିକଟସ୍ଥ ସମୁଦ୍ର ବେଳାଭୂମିରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଜଣେ ଯୁବକଙ୍କ ମୁଣ୍ଡ ବିହୀନ ମୃତ ଶରୀର ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତଦେହ ଦେଖି ସଙ୍ଗେ ସଙ୍ଗେ ବାଲିଆପାଳ ଥାନାକୁ ଖବର ଦେଇଥିଲେ । ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି। ମୁଣ୍ଡ ନଥିବାରୁ ମୃତ ବ୍ୟକ୍ତି କିଏ ତାହା ଜଣାପଡିନି । ଯୁବକଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ ଯୁବକ ଜଣଙ୍କ କିଏ । କେମିତି ତାଙ୍କ ମୃତ୍ୟୁ ଘଟିଲା ତାର ଗୁମର ଫିଟିବ ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.