ଋଣ ପାଇଁ ଆତ୍ମହତ୍ୟା ! ବ୍ୟାରେଜ୍ ନିକଟରୁ ମିଳିଲା ମୃତଦେହ
4/01/2023 at 2:55 PM

ଆନନ୍ଦପୁର ୦୪।୦୧ : କେନ୍ଦୁଝର ଆନନ୍ଦପୁର ବ୍ୟାରେଜ୍ ନିକଟରେ ଏକ ମୃତଦେହ ଠାବ ହୋଇଛି। ପାରିପାର୍ଶ୍ୱିକ ସ୍ଥିତିରୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।
ଖବର ଅନୁଯାୟୀ, ମଙ୍ଗଳବାର ଠାରୁ ନିଖୋଜ ଥିବା ନିକଟସ୍ଥ ପଦ୍ମପୁର ଗାଁର ଶରତ ସାମଲଙ୍କର। ଶରତ ନିଜ ସ୍ତ୍ରୀ ଙ୍କ ଚିକିତ୍ସା ନିମନ୍ତେ ଗାଁରୁ ଋଣ କରିଥିଲେ ହେଲେ ପରବର୍ତ୍ତୀ ସମୟରେ ଆଉ ଋଣ ଶୁଝି ପାରିନଥିଲେ। ସେହି କାରଣରୁ ଶରତ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପ୍ରକ୍ରିୟା ପାଇଁ ମେଡ଼ିକାଲ୍ ରେ ଭର୍ତ୍ତି କରାଯାଇଛି ।
ସେପଟେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023