ମାଛ ଧରିବା ବେଳେ ନଦୀରେ ଭାସି ଯାଇଥିଲେ ଧୀବର, ୩ ଦିନ ପରେ ମିଳିଲା ମୃତଦେହ

Published By : Prameya-News7 Bureau | October 25, 2022 IST

ମୁନିଗୁଡ଼ା, ୨୫/୧୦: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ପ୍ରସିଦ୍ଧ ମିନାଝୋଲା ଶୈବପୀଠ ନିକଟରେ ଥିବା ନଦୀରେ ଗତ ରବିବାର ଦିନ ଠାରୁ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ପଙ୍କାଲଗୁଡି ଗ୍ରାମର ସୁରେନ୍ଦ୍ର ଶବର ମାଛ ଧରିବା ସମୟରେ ନଦୀରେ ଭାସିଯାଇଥିଲେ । ଖବରପାଇ ଘଟଣାସ୍ଥଳରେ ଚନ୍ଦ୍ରପୁର ପୋଲିସ, ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ପହଞ୍ଚି ବହୁ ଖୋଜାଖୋଜି କରି ମଧ୍ୟ ପାଇନଥିଲେ ।

ଗତକାଲି ମଧ୍ୟ ବହୁ ଖୋଜାଖୋଜି କରି ମାଛଜାଲ ମିଳିଥିବା ବେଳେ ଆଜି ପୁଣି ସ୍ଥାନୀୟ ଲୋକେ ଖୋଜିବା ସମୟରେ ଭାସୁଥିବା ଅବସ୍ଥାରେ ସୁରେନ୍ଦ୍ରଙ୍କ ମୃତଦେହର ସନ୍ଧାନ ପାଇଥିଲେ । ଏନେଇ ପୋଲିସକୁ ଖବର ଦେବା ସହ ମୃତଦେହକୁ ଉଦ୍ଧାର କରିଛନ୍ତି । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.