ବନ୍ୟାପାଣିରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ୍‌

Published By : Prameya-News7 Bureau | August 17, 2022 IST

ସୁବର୍ଣ୍ଣପୁର, ୧୭/୦୮: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅରିଗାଁ ଜିରା ନଦୀର ବ୍ରିଜ ନିକଟରେ ବନ୍ୟା ପାଣିରେ ଅଜଣା ବ୍ୟକ୍ତିର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଲୋକେ ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଅଜଣା ବ୍ୟକ୍ତିର ମୃତଦେହକୁ ପାଣି ଭିତରୁ ଉଦ୍ଧାର କରିଛନ୍ତି l ଘଟଣା ସ୍ଥଳରେ ବିନିକା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟକ୍ତିର ପରିଚୟ ଜଣାପଡି ନାହିଁ । ତେଣୁ ସୁବର୍ଣ୍ଣପୁର ମୃତଦେହ ସଂରକ୍ଷଣ ଗୃହକୁ ପଠାଇ ଦିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.