ମରିଗଲା ମାନବିକତା, ମୃତଦେହକୁ ଅଧାବାଟରେ ଫିଙ୍ଗି ଚାଲିଗଲେ ବସ୍ କର୍ମଚାରୀ

Published By : Prameya-News7 Bureau | August 26, 2022 IST

ଭୁବନେଶ୍ୱର ୨୬/୦୮: ରାଜଧାନୀରେ ଅଭାବନୀୟ ଘଟଣା । ମଗିଗଲା ମାନବିକତା । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମୃତଦେହକୁ ଫିଙ୍ଗି ଦେଇ ଚାଲିଗଲେ ବସ୍ କର୍ମଚାରୀ । ଗଜପତିରୁ କଟକ ଯାଉଥିଲା ଯାତ୍ରୀବାହୀ ବସ୍ ।

ପଳାଶୁଣୀ ସପ୍ତସତୀ ମନ୍ଦିର ଆଗରେ ବ୍ୟକ୍ତିଙ୍କ ମୃତଦେହକୁ ଓହ୍ଲାଇ ଦେଇ ପଳାଇଲା ବସ୍ । ମୃତକ ଜଣଙ୍କ ହେଲେ ଗଜପତିର ନୀଳକଣ୍ଠ ମଲ୍ଲିକ ବୋଲି ଜଣାପଡିଛି । ତାଙ୍କୁ ଆଣିଥିବା ଦୁଇ ବ୍ୟକ୍ତି ଅଜୟ ମଲିକ ଓ ସଞ୍ଜୟ ଶବର ବୋଲି ଜଣାପଡିଛି ।

ଘଟଣାସ୍ଥଳରେ ପିସିଆର ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବସରେ ତାଙ୍କର ମୃତ୍ୟୁ ହୋଇଥିଲା ନା ଆଉ କିଛି ତାହା ଏପର୍ଯ୍ୟନ୍ତ ଜମାପଡିନି । ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.