ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

18/12/2021 at 8:10 PM

ସୁନ୍ଦରଗଡ ୧୮/୧୨ : ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଅରାଘାଟ ଗ୍ରାମରେ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଜବତ ହୋଇଛି । ଗାଁ ପାଖ ଜଙ୍ଗଲରେ ମହିଳାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ପାରିପାର୍ଶ୍ବିକ ସ୍ଥିତିରୁ ମହିଳାଙ୍କୁ ହତ୍ୟା କରିବା ପରେ କେହି ଦୁର୍ବୁତ୍ତ ଝୁଲାଇଦେଇଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ, ଗତକାଲି ଦିନ ୧୧ ଟା ରୁ ନିକଟସ୍ତ ଜଙ୍ଗଲକୁ ଦାନ୍ତ କାଠି ଆଣିବାକୁ ଯାଇ ଆଉ ଘରକୁ ଫେରି ନଥିଲେ ମୃତକ ମହିଳା । ଦୁଇ ଝିଅ ବହୁତ ଖୋଜା ଖୋଜି କରିଥିଲେ ହେଲେ କେଉଁଠି ବି ସନ୍ଧାନ ପାଇନଥିଲେ । ଶନିବାର ଗାଁ ଲୋକେ ପ୍ରଥମେ ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ମୃତ ମହିଳାଙ୍କ ଦୁଇ ଝିଅ ଶବ ଚିହ୍ନଟ କରିବାପରେ ପୋଲିସକୁ ଖବର ଦେଇଥିଲେ ।

ବଡ କଥା ହେଉଛି ୨ ଝିଅ ଏ​‌ବେ ଅନାଥ । କିଛି ବର୍ଷ ପୂର୍ବେ ଦୁର୍ଘଟଣାରେ ବାପା ମୃତ୍ୟୁ ବରଣ କରିଥିବାବେଳେ ଏବେ ମା ମଧ୍ୟ ଚାଲିଗଲେ । ଫଳରେ ଦୁଇ ଝିଅ ଏବେ ଅସହାୟ ହୋଇପଡିଛନ୍ତି । ମା ଦିନ ମଜୁରିଆ ଭାବେ କାର୍ଯ୍ୟକରି ପରିବାର ପ୍ରତି ପୋଷଣ କରୁଥିଲେ । ଏବେ ମାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ଦୁଇ ଝିଅ ।

   Related Posts