ପୋଖରୀରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ୍
11/12/2022 at 6:21 PM

ଭଦ୍ରକ, ୧୧।୧୨: ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବରପଦା ସ୍ଥିତ କାଟୁଣୀ ହାସିନପୁର କେନାଲ ବନ୍ଧ ନିକଟରେ ଥିବା ଏକ ପୋଖରୀ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଭାସୁଥିବାର ଗ୍ରାମର ଜଣେ ଯୁବକ ଦେଖିଥିଲେ । ମୃତଦେହ ଦେଖିବା ପରେ ଯୁବକ ଜଣକ ଭୟଭୀତ ହୋଇଯାଇଥିଲେ ।
ପରେ ଏନେଇ ଗ୍ରାମବାସୀଙ୍କୁ ଜଣାଇବା ପରେ, ଶହ ଶହ ଲୋକ ପୋଖରୀ ନିକଟରେ ରୁଣ୍ଡ ହୋଇଯାଇଥିଲେ । ମୃତଦେହଟି ପାଣିରେ ପଡି ପଚି ଯାଇଥିବାରୁ, ଯୁବକଙ୍କୁ କୌଣସି ବ୍ୟକ୍ତି ଚିହ୍ନି ପାରୁନଥିଲେ । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମୃତଦେହ କାହାର କିଭଳି ପୋଖରୀ ଭିତରକୁ ଆସିଲା, କେମିତି ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅନିଶ୍ଚିତତା ଦେଖାଦେଇଛି । ପୋଲିସ ତଦନ୍ତ ପରେ ସ୍ପଷ୍ଟ ସୂଚନା ଆସିଯିବ ଵୋଲି ଜଣାପଡିଛି ।