ବିରୂପା ନଦୀରେ ଭାସୁଛି ନବଜାତ ଶିଶୁର ମୃତଦେହ
22/12/2022 at 7:33 PM

ଚୌଦ୍ୱାର ୨୨/୧୨: ଜଗତପୁର ବିରୂପା ନଦୀରେ ଭାସୁଛି ନବଜାତ ଶିଶୁର ମୃତଦେହ। କେହି ନବଜାତ ଶିଶୁଟିକୁ ନଦୀକୁ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି। ଶିଶୁଟି କାହାର ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ସ୍ଥାନୀୟ କିଛି ଗ୍ରାମବାସୀ ନଦୀରେ ଗାଧୋଉଥିବା ବେଳେ କେହି ନଦୀରେ ଶିଶୁଟିକୁ ଫୋପାଡ଼ି ଦେଇ ଯାଇଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଗ୍ରାମର କିଛି ଯୁବକ ଜଗତପୁର ଥାନାକୁ ଏନେଇ ଭାସୁଥିବା ଖବର ଜଣାଇବା ପରେ ଜଗତପୁର ଥାନା ଅଧିକାରୀ ଘଟଣା ସ୍ଥଳକୁ ଏକ ଟିମ୍ ପଠାଇ ଶିଶୁଟିକୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛନ୍ତି।