ଘରୁ ଖାଇ ସାରି ରାତି ୧୦ଟାରେ ବାହାରକୁ ଯାଇଥିଲେ ନାବାଳକ, ସକାଳୁ ମିଳିଲା ମୃତଦେହ

Published By : Prameya-News7 Bureau | October 06, 2022 IST

ଜୟପୁର, ୦୬/୧୦: ଗାଁ ପୋଖରୀରୁ ନାବାଳକର ମୃତଦେହ ଉଦ୍ଧାର । ମୃତ ଯୁବକ ଜଣଙ୍କ କୋରାପୁଟ ଜିଲ୍ଲା ବିସିଂଗପୁର ଥାନା ଅନ୍ତର୍ଗତ କୁମାରଗୁଡା ଗାଁର ଅମୀର ବୋଲି ଜଣାପଡ଼ିଛି । ଗତକାଲି ଦଶହରା ଥିବାରୁ ସେ ଘରୁ ଖାଇ ସାରି ରାତି ୧୦ଟାରୁ ବାହାରକୁ ଯାଇଥିଲେ । ଆଜି ଭୋର ୬ଟାରେ ତାଙ୍କ ମୃତଦେହ ଗାଁ ପୋଖରୀ ନିକଟରେ ପଡିଥିବା ପରିବାର ଲୋକ ଦେଖିଥିଲେ । କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ବିସିଂଗପୁର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ତେବେ ଅମୀରଙ୍କ କାହା ସହ ଶତୃତା ନଥିବାରୁ କିଏ ତାଙ୍କୁ ହତ୍ୟା କରିଥାଇ ପାରେ ତାକୁ ନେଇ ଦ୍ବନ୍ଦରେ ପରିବାର ଲୋକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.