ପୂର୍ବ ପ୍ରେମିକ ସହ ଫେରାର ହୋଇଯାଇଥିଲେ ୪ ସନ୍ତାନ ଥିବା ମହିଳା, ୧୮ ଦିନ ପରେ ମିଳିଲା ମୃତଦେହ

Published By : Prameya-News7 Bureau | August 14, 2022 IST

ଢେଙ୍କାନାଳ, ୧୪/୮: ପୂର୍ବତନ ପ୍ରେମିକ ସହ ହୋଇଯାଇଥିଲେ ଫେରାର । ମାତ୍ର ନିଖୋଜର ୧୮ଦିନ ପରେ ଗାଁ ନିକଟସ୍ଥ ପଥର ଖାଦାନରୁ ମିଳିଲା ମହିଳାଙ୍କ ମୃତଦେହ । ଢେଙ୍କାନାଳ ଜିଲ୍ଲା ରାସୋଳ ପୋଲିସ ଖଣ୍ଡତିରି ଗ୍ରାମ ନିକଟସ୍ଥ ପଥର ଖାଦାନରୁ ଜଣେ ମହିଳାଙ୍କ ଗଳିତ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ ମହିଳା ଜଣଙ୍କ ଖଣ୍ଡତିରି ଗ୍ରାମର ବ୍ରଜବନ୍ଧୁ ନାୟକଙ୍କ ପତ୍ନୀ ଭାରତୀ ନାୟକ ବୋଲି ଜଣାପଡିଛି । ସେ ୪ଟି ସନ୍ତାନର ଜନନୀ ହୋଇଥିବା ବେଳେ ଗତ ଜୁଲାଇ ୨୮ତାରିଖରୁ ସେ ତାଙ୍କ ପୂର୍ବତନ ପ୍ରେମିକ ସହ କେଉଁ ଆଡ଼େ ପଳାଇଥିବା ଅଭିଯୋଗ ହୋଇଥିଲା ।

ଏ ସମ୍ପର୍କରେ ତାଙ୍କ ସ୍ୱାମୀ ରାସୋଳ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ତେବେ ନିଖୋଜର ୧୮ଦିନ ପରେ ଏପରି ଗଳିତ ମୃତଦେହ ଠାବ ହୋଇଥିବା ନେଇ ଭାରତୀଙ୍କ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି । ମୃତଦେହ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଏନେଇ ପୋଲିସ ଅଧିକ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.