ଶୌଚ ହେବାକୁ ଯାଇ ଆଉ ଫେରିଲେନି, ଆମ୍ବତୋଟାରୁ ମିଳିଲା ମୃତଦେହ
21/08/2022 at 12:38 PM

ଭୁବନ, ୨୧|୦୮: ଶୌଚ କରିବାକୁ ଯାଇ ଆଉ ଘରକୁ ଫେରିଲେନି । ପରିବାର ଲୋକେ ବହୁ ଖୋଜାଖୋଜି କଲେ । ଶେଷରେ ଗ୍ରାମ ନିକଟ ଆମ୍ବ ତୋଟାରୁ ମିଳିଲା ମୃତଦେହ । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ରଙ୍ଗମାଟିଆ ନାଳ ନିକଟ ଆମ୍ବ ତୋଟାରେ ।
ସୂଚନାନୁସାରେ, ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୧୩ ନମ୍ବର ୱାର୍ଡ ରାଉତ ସାହିରେ ରହୁଥିଲେ ସୁରେନ୍ଦ୍ର ପୃଷ୍ଟି । ସେ ଶୌଚ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ତେବେ ପରିବାର ଲୋକେ ତାଙ୍କ ମୃତଦେହ ଠାବ କରିଥିଲେ । ଏନେଇ ସେମାନେ ଭୁବନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ଏହା ସହିତ ବ୍ୟବଛେଦ ପାଇଁ ଭୁବନ ମେଡିକାଲକୁ ପଠାଇ ତଦନ୍ତ ଚଳାଇଛି ପୋଲିସ । ତେବେ ସାପ କାମୁଡାରେ ତାଙ୍କର ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି ।
Related Posts
ହାତୀ ମୃତଦେହ ମିଳିବା ଘଟଣା, ୪ ଶିକାରୀ ଗିରଫ
29 January 2023