ରାଜଧାନୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ସନ୍ଦେହ
18/05/2022 at 7:45 AM

ଭୁବନେଶ୍ବର ୧୮।୦୭ : ରାଜଧାନୀରୁ ଯୁବକଙ୍କ ମୃତଦେହ ଠାବ । ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି ମୃତଦେହ । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଭୁବନେଶ୍ୱର ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରେ ଥିବା ଏକ ଗଛରେ ଜଣେ ଯୁବକଙ୍କୁ ମୃତଦେହ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟଲୋକ ଦେଖିଥିଲେ । ଏହାପରେ ତୁରନ୍ତ ନିକଟସ୍ଥ ପୋଲିସ ଥାନାକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ ଏବେ ଯାଏଁ ମୃତକଙ୍କ ପରିଚୟ ମିଳିନାହିଁ । ଯୁବକଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ସେପଟେ ପୋଲିସ ମଧ୍ୟ ଘଟଣା ଉପରୁ କିଛି ପରଦା ହଟାଇପାରିନି । ପୋଷ୍ଟ ମର୍ଟମ ଓ ପ୍ରାଥମିକ ତଦନ୍ତ ପରେ ମୃତଦେହ ସଂପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ସ୍ଥାନୀୟଲୋକେ ଆଶା କରିଛନ୍ତି ।