ଇଟାଭାଟି ମାଲିକଙ୍କୁ ହତ୍ୟା ! ରାତିରେ ଏକାଠି ମିଶି କରୁଥିଲେ ଭୋଜି

Published By : Prameya-News7 Bureau | November 28, 2022 IST

ମହାକାଳପଡ଼ା ୨୮।୧୧ : ଇଟାଭାଟି ମାଲିକଙ୍କୁ ହତ୍ୟା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଖରନାସୀ ଗାଁରେ ଘଟିଛି ଘଟଣା । ଏବେ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।  

ଖବର ଅନୁଯାୟୀ, ପାତାପାଟ ଗାଁର ଦୀନେଶ ବୈଦ ଖରନାସୀ ଠାରେ ଇଟାଭାଟି କରୁଥିଲେ । ରବିବାର ରାତିରେ ଇଟାଭାଟିର ଶ୍ରମିକଙ୍କ ସହିତ ଭୋଜି ଆୟୋଜନ କରିଥିଲେ । ରାତିରେ ଭୋଜି ସରିବା ପରେ ଘର ନଯାଇ ଭାଟିରେ ରହିଥିଲେ । ପରେ ସୋମବାର ସକାଳୁ ଇଟା ଭାଟି ପରିସରରେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ଶରୀର ପଡିଥିଲା । ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ ସ୍ଥାନୀୟଲୋକେ । ଜମ୍ବୁ ସାମୁଦ୍ରିକ ଥାନା ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ଦୀନେଶ ବୈଦଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.