ମହାନଦୀରେ ଭାସୁଛି ଅଜଣା ମୃତଦେହ, ପରିଚୟ ଖୋଜୁଛି ପୋଲିସ

Published By : Prameya-News7 Bureau | November 20, 2021 IST

କଟକ ୨୦।୧୧: ମହାନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । କଟକ ଯୋବ୍ରା ଆନିକଟର ୪୪ନମ୍ବର ଗେଟ୍‌ ନିକଟରେ ଭାସୁଛି ଏହି ଅଜଣା ବ୍ୟକ୍ତିଙ୍କ ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶନିବାର ଯୋବ୍ରା ଆନିକଟର ୪୪ ନମ୍ବର ଗେଟ୍‌ ନିକଟରେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଥାନାକୁ ଖବର ଦିଆଯାଇଥିଲା । ଖବର ପାଇଁ ପୋଲିସ  ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ତେବେ ମୃତଦେହଟି କାହାର ଏବଂ ଏଠାକୁ କିପରି ଆସିଲା । ସେନେଇ ଖୋଲତାଡ଼ ଜାରି ରଖିଛି ପୋଲିସ । ବ୍ୟକ୍ତିଙ୍କ ମୃତ୍ୟୁ ପଛର କାରଣ କଣ ? ସେ ଆତ୍ମହତ୍ୟା କରିଛନ୍ତି । ନା ଆଉ କିଛି । ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.