ବିଦେଶରେ ଓଡ଼ିଆ ଯୁବକଙ୍କୁ ହେଲା ହୃଦଘାତ, ଅଟକିଛି ମୃତଦେହ, ଫେରାଇ ଆଣିବାକୁ ନିବେଦନ କଲେ ପରିବାର ଲୋକ

Published By : Prameya-News7 Bureau | December 12, 2021 IST

ସାଲେପୁର, ୧୨/୧୨: କଟକ ଜିଲ୍ଲା ସାଲେପୁର ଥାନା ନାନ୍ଦୋଳ ଗ୍ରାମର ବିଦେଶରେ କାର୍ଯ୍ୟରତ ଜଣେ ୪୫ବର୍ଷୀୟ ଯୁବକଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ମୃତଦେହ ନିଜ ଗାଁକୁ ଫେରାଇ ଆଣିବା ପାଇଁ  ପରିବାର ଲୋକ ଆକୁଳ ନିବେଦନ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ସହାୟତା ଲୋଡିଛନ୍ତି ପରିବାର ଲୋକ ।

ସୂଚନା ମୁତାବକ ନାନ୍ଦୋଳ ଗ୍ରାମର ପିତାମ୍ବର ସାହୁ ବାଂଲାଦେଶର ଢାକାଠାରେ ଅସ୍ଵାଦ କମ୍ପୋଜିଟ ଟେକ୍ସଟାଇଲ ମିଲରେ ଲାବ୍‌ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ । ତେବେ ଗତକାଲି ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ସାଙ୍ଗମାନଙ୍କ ପାଖରୁ ଖବର ମିଳିଥିଲା । ଏହି ଖବର ଶୁଣିବା ପରେ ତାଙ୍କ ପରିବାର ସମେତ ପୁରା ଗାଁରେ ଏବେ ଶୋକକୁଳ ପରିବେଶ । ଗତକାଲି ଠାରୁ ମୃତ ପିତାମ୍ବର ମା ଓ ପତ୍ନୀଙ୍କ ଆଖିରୁ ଲୁହ ଶୁଖୁନି । ପିତାମ୍ବରଙ୍କ ଦୁଇଟି ସନ୍ତାନ ଅଛନ୍ତି । ପୁଅର ଶବକୁ ଦେଖିବା ପାଇଁ ପୁରା ବ୍ୟାକୁଳ ମା । ଗାଁ ଲୋକମାନେ ମୃତଦେହ ଆଣିବାକୁ ସରକାରଙ୍କ ନିକଟରେ ମଧ୍ୟ ଗୁହାରି କରିଛନ୍ତି । ଏ ନେଇ ତାଙ୍କ ପରିବାର ବୈଦେଶିକ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.