ରାସ୍ତା କଡରୁ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
29/04/2020 at 8:16 AM

ପାରାଦୀପ ୨୯।୦୪: ରାସ୍ତା କଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ମୃତେଦେହ ଉଦ୍ଧାର କରାଯାଇଛି । ପାରାଦୀପ ଭୂତମୁଣ୍ଡାଇ ଜାତୀୟ ରାଜପଥ କଡରୁ ଅଜଣା ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ରାସ୍ତା କଡରେ ଥିବା ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଭୂତମୁଣ୍ଡାଇ ନିକଟରେ ଉଦ୍ଧାର ହୋଇଥିବା ମୄତଦେହର ପରିଚୟ ତାଳଚେର ବଇଣ୍ଡା ଅଞ୍ଚଳର ବୄନ୍ଦାବନ ପ୍ରଧାନ ବୟସ ୨୯ ବର୍ଷ ବୋଲି ଜଣାପଡିଛି। ତେବେ ବୄନ୍ଦାବନ ଜଣେ ଟ୍ରକ ଡ୍ରାଇଭର ବୋଲି ଘଟଣା ସ୍ଥଳରେ ପୋଲିସ ପହଁଚି ବୄନ୍ଦାବନ ଙ୍କ ପକେଟରେ ଥିବା ମୋବାଇଲ ରୁ ସୂଚନା ପାଇଥିଲେ। ହେଲେ ସେ କେଉଁ ଟ୍ରକର ଡ୍ରାଇଭର ଓ କିଭଳି ତାଙ୍କର ଏଭଳି ଅବସ୍ଥାରେ ମୄତଦେହ ମିଳିବା ନେଇ ଅଧିକ ତଦନ୍ତ ପାଇଁ ଖୋଳତାଡ଼ ଆରମ୍ଭ କରିଛି। ତେବେ ସାଇଣ୍ଟଫିକ୍ ଟିମ୍ ଆସିବା ପରେ ଶବ ବ୍ୟବଛେଦ ହେବବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।