ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ନା’ ଆତ୍ମହତ୍ୟା ?

Published By : Prameya-News7 Bureau | August 23, 2021 IST

ନୂଆପଡା ୨୩।୮: ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର । ନୂଆପଡା ଥାନା ସାରାବଙ୍ଗ ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ମୋତିଲାଲ ରାଉତ ।

ସୂଚନାଯୋଗ୍ୟ ଯେ, ନୂଆପଡା ଷ୍ଟେସନ ଫାଟକ ନିକଟ ରେଳ ଧାରଣାରୁ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଦେଖି ସ୍ଥାନୀୟଲୋକ ଜିଆରପିକୁ ଖବର ଦେଖିଥିଲେ । ଜିଆରପି ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ଏହା ହତ୍ୟା ନା’ ଆତ୍ମହତ୍ୟା ଏହାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.