ପାରାଦୀପ ୧୫।୯: ପାରାଦୀପ ଉପକଣ୍ଠ ଉଦୟବଟ ନିକଟରେ ଜଣେ ବ୍ୟକ୍ତିଙ୍କ ମୄତଦେହ ଉଦ୍ଧାର ହୋଇଛି । ମୄତକଙ୍କ ପରିଚୟ ରବି ନାୟକ । ତାଙ୍କ ବୟସ ୫୦ ବର୍ଷ । ତାଙ୍କ ଘର ନୂଆଗଡ଼ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ରବି ନାୟକ ଦୁଇ ଦିନ ତଳେ ଉଦୟବଟ ନିକଟରେ ଆରମ୍ଭ ହେବାକୁ ଥିବା ଏକ ଘରୋଇ କମ୍ପାନୀରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରିବାକୁ ଆସିଥିବା ବେଳେ ଘରକୁ ଫେରିନଥିଲେ । ତେବେ ଏ ନେଇ ପରିବାର ପକ୍ଷରୁ ନିଖୋଜ ନେଇ ଏତଲା ପାରାଦୀପ ଲକ୍ ଥାନାରେ ଦିଆଯାଇଥିଲା । ବୁଧବାର ଅପରାହ୍ନରେ ଉଦୟବଟ ନିକଟରୁ ରବି ନାୟକଙ୍କ ମୄତଦେହ ମିଳିଥିଲା। ପୋଲିସ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।