ନଦୀପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ୪ ଦିନ ହେବ ନିଖୋଜ ଥିଲେ

Published By : Prameya-News7 Bureau | December 18, 2021 IST

କୋଣାର୍କ ୧୮।୧୨: ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ନୂଆପାଟଣା ଗ୍ରାମର ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

{"id":561424,"width":753,"height":414,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ନୂଆପାଟଣା ଗାଁର ବିଜୟ ପରିଡା ଗତ ୪ ଦିନ ହେବ ନିଖୋଜ ଥିଲେ । ଶନିବାର ଏଡବାଂଶର ଏକ ମଦ ଦୋକାନ ନିକଟ ନଦୀପଠାରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଅସ୍ତରଙ୍ଗ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ବିଜୟଙ୍କ ନିଖୋଜ ନେଇ ପରିବାର ଲୋକେ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

{"id":561425,"width":756,"height":416,"sizeSlug":"full","linkDestination":"none"}

ତେବେ ବିଜୟଙ୍କ ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସେହି ଆଧାରରେ ଅସ୍ତରଙ୍ଗ ପୋଲିସ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.