ଗାଁ ପୋଖରୀରୁ ମିଳିଲା ମୃତଦେହ, ଗାଧୋଇବାକୁ ଯାଇ ଘରକୁ ଫେରି ନଥିଲେ
16/09/2021 at 1:36 PM

ଧର୍ମଗଡ ୧୬।୯: ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଡାଳଗୁମା ଗ୍ରାମର ଏକ ପୋଖରୀରେ ମୃତଦେହ ଦେଖିବାକୁ ମିଳିଥିଲା । ଗାଁର କିଛି ଲୋକେ ମୃତଦେହ ଦେଖିବା ପରେ କୋକସରା ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛି ।

ସୂଚନାଯୋଗ୍ୟ ଯେ, ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଡାଳଗୁମା ଗ୍ରାମର କମ୍ବୁ ମାଝୀ । ସ୍ତ୍ରୀଙ୍କ କହିବା ଅନୁଯାୟୀ ବ୍ୟକ୍ତି ଜଣେ ଗାଧୋଇବାକୁ ଆସି ଆଉ ଘରକୁ ଫେରି ନ ଥିଲେ । ପରିବାର ପକ୍ଷରୁ ଖୋଜା ଖୋଜି କରିଥିଲେ ସୁଦ୍ଧା କୌଣସି ସନ୍ଧାନ ପାଇ ନ ଥିଲେ । ଗୁରୁବାର ସକାଳୁ ଖବର ପାଇବା ପରେ ପରିବାର ଲୋକେ ଆସି ଶବ ଚିହ୍ନଟ କରିଥିଲେ ।