ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
22/03/2023 at 12:15 PM

ବୌଦ୍ଧ ୨୨।୩: ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ରଇଠାଣା ଛକଠାରେ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ । ଅଜଣା ଗାଡ଼ି ଧକ୍କା ଦେଇ ଫେରାର ମାରିଥିବା ସୂଚନା ମିଳିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ତଦନ୍ତ ଜାରି ରଖିଛି
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳ ସମୟରେ ସ୍ଥାନୀୟ ରାଇଠାଣିଠାରେ ରାସ୍ତା ଉପରେ ଏକ ମୃତଦେହ ପଡ଼ିଥିବା କିଛି ଲୋକେ ଦେଖିବାକୁ ପାଇଥିଲେ । ତେବେ ପୋଲିସକୁ ଏ ନେଇ ଖବର ଦେବା ପରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ପ୍ରାଥମିକ ତଦନ୍ତରୁ ଜଣା ପଡ଼ୁଛି ଏକ ଅଜଣା ଗାଡ଼ି ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥାଇପାରେ ।
ସେପଟେ କିଛି ଦିନ ତଳେ ବୌଦ୍ଧ ସହରରେ ଜଣେ ମାନସିକ ବିକୃତ ମହିଳା ସହରରେ ବୁଲୁଥିବା ଦେଖିବାକୁ ମିଳିଥିଲା । ସେହି ବୃଦ୍ଧାଙ୍କୁ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି ।