ଗାଁ କୂଅ ଭିତରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ, ମୃତ୍ୟୁକୁ ନେଇ ସସପେନ୍ସ : ଗତ ୫ ତାରିଖରୁ ଥିଲେ ନିଖୋଜ

Published By : Prameya-News7 Bureau | March 09, 2021 IST

ଉଦଳା ୯।୩: କୂଅ ଭିତରୁ ଉଦ୍ଧାର ହେଲା ମୃତଦେହ । ମୟୁରଭଞ୍ଜ ଜିଲ୍ଲା ଶରତ ଥାନା କଟୁରିଆ ହାଟସାହି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ବ୍ୟକ୍ତି ଜଣଙ୍କ ଗତ ୫ ତାରିଖରୁ ନିଖୋଜ ଥିଲେ । ଶରତ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଶରତ ଥାନା କଟୁରିଆ ହାଟସାହି ଗ୍ରାମରେ ଥିବା କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ସାଲଖୁ ମୁର୍ମୁ । ପରିବାରଲୋକଙ୍କ ସୂଚନା ଅନୁସାରେ ସାଲଖୁ ଗତ ୫ ତାରିଖରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ । ବହୁ ଖୋଜା ଖୋଜି ପରେ ବି ତାଙ୍କ ସନ୍ଧାନ ମିଳିନଥିଲା । ପୋଲିସ ନିକଟରେ ମଧ୍ୟ ଏ ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ।

ମୃତ ବ୍ୟକ୍ତି ଜଣଙ୍କ ଏତେ ଦିନ ହେଲା ନିଖୋଜ ଥିବାବେଳେ କେମିତି ଗାଁ କୂଅ ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହେଲା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଶରତ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.