Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟ୍ରେନ୍ ଟଏଲେଟ୍‌ରୁ ମିଳିଲା ଯୁବତୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

20/04/2023 at 1:24 PM

ଭୁବନେଶ୍ବର ୨୦।୪: ଟ୍ରେନ୍ ଟଏଲେଟ୍ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଧାନବାଦ ଏକ୍ସପ୍ରେସର ଏକ ବଗିରେ ଥିବା ଟଏଲେଟରୁ ମୃତଦେହ ଉଦ୍ଧାର କରିଛି ଜିଆରପି ।  ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଷ୍ଟେସନ୍‌ର ଟ୍ରେନ୍ ୟାର୍ଡରେ ସଫେଇ ବେଳେ ଧାନବାଦ ଏକ୍ସପ୍ରେସର ଏକ ବଗିର ଟଏଲେଟ୍‌ରେ ମୃତଦେହ ଦେଖିବାକୁ ମିଳିଥିଲା । ଭୁବନେଶ୍ବର ଷ୍ଟେସନରେ ଟ୍ରେନ୍ ଲାଗିବା ପରେ ସଫା କରିବା ପାଇଁ ଟ୍ରେନକୁ ୟାର୍ଡକୁ ପଠାଯାଇଥିଲା । ଟଏଲେଟ୍ ଭିତରେ ମୃତଦେହ ଦେଖି ସଫେଇ କର୍ମଚାରୀ ଜିଆର୍‌ପିକୁ ଖବର ଦେଇଥିଲେ । ତେବେ ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ମୃତ୍ୟୁ କିଭଳି ହେଲା ତାହା ଅସ୍ପଷ୍ଟ ରହିଛି । ଯୁବତୀଙ୍କୁ ହତ୍ୟା କରାଯାଇଛି ନା ସ୍ବାଭାବିକ ମୃତ୍ୟୁ ତାହାର ତଦନ୍ତ ଜାରି ରହିଛି ।

   Related Posts