ସାଲୁଙ୍କି ନଦୀରୁ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ନା ବନ୍ୟାରେ ଭାସି ମୃତ୍ୟୁ ସନ୍ଦେହ
18/08/2022 at 2:12 PM

ବୌଦ୍ଧ ୧୮।୮: ସାଲୁଙ୍କି ନଦୀରୁ ଏକ ଗଳିତ ଶବ ଉଦ୍ଧାର । ବୌଦ୍ଧ ବଘିଆପଡା ଫାଣ୍ଡି ଅନ୍ତର୍ଗତ କୁରୁକୁଚ୍ ଗ୍ରାମ ସାଲୁଙ୍କି ନଦୀକୂଳରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି l ଘଟଣାସ୍ଥଳରେ ବଘିଆପଡା ଫାଣ୍ଡି ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡୁନଥିବା ବେଳେ ବନ୍ୟା ଜଳରେ ଭାସି ଯାଇ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି l
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ନଦୀରେ ବନ୍ୟା ଆସିଛି । ଗୁରୁବାର କୁରୁକୁଚ ଗ୍ରାମବାସୀ ସାଲୁଙ୍କି ନଦୀରେ ବନ୍ୟା ଜଳ ଦେଖିବା ପାଇଁ ଯାଇଥିବା ବେଳେ ବୁଦାରେ ଗଳିତ ମୃତଦେହ ଠାବ କରିଥିଲେ । ପରେ ସଙ୍ଗେ ସଙ୍ଗେ ଗ୍ରାମବାସୀ ନିକଟସ୍ଥ ବଘିଆପଡ଼ା ଫାଣ୍ଡିକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ମଧ୍ୟ ଉଦ୍ଧାର କରିଛି ।
ସେପଟେ ଟିକରପଡା ପଞ୍ଚାୟତର ଗୁଢ଼ିଆଲି ଗ୍ରାମର ଗୁଳେଖ ମାଝୀ ଗତ ୧୦ ଦିନ ହେଲା ନିଖୋଜ ଥିବା ନେଇ ବଘିଆପଡା ଫାଣ୍ଡିରେ ଅଭିଯୋଗ ହୋଇଛି l ତେବେ ପୋଲିସ ତଦନ୍ତ କରିବା ସହ ଶବ ଚିହ୍ନଟ ହେଲା ପରେ ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଜଣାପଡିବ ।