ଗାଁ ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

Published By : Prameya-News7 Bureau | February 05, 2021 IST

କେନ୍ଦ୍ରାପଡା ୫।୨: କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁ ପୋଖରୀରୁ ମହିଳାଙ୍କ ମୃତଦେହ ଠାବ ହୋଇଛି l ମୃତ ମହିଳା ପାଳକଣା ଗାଁର ଉମା ମଲିକ ବୋଲି ଜଣାପଡିଛି l ଗତ ଜାନୁଆରୀ ମାସ ୩୦ ତାରିଖ ମଧ୍ୟରାତ୍ରିରୁ ଉମା ନିଜ ଶାଶୁଘରୁ ନିଖୋଜ ହୋଇଯାଇଥିବା ନେଇ ଉଭୟ ଶାଶୁଘର ଓ ବାପାଙ୍କ ଘର ପକ୍ଷରୁ ସ୍ଥାନୀୟ ନିକିରାଇ ଥାନାରେ ଅଭିଯୋଗ ହୋଇଥିଲା l ଶୁକ୍ରବାର ସକାଳୁ ଗାଁ ପୋଖରୀରେ ଉମାଙ୍କର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା l ଉମାଙ୍କ ପରିବାର ପକ୍ଷରୁ ଏହା ଏକ ହତ୍ୟା ବୋଲି ଅଭିଯୋଗ ହୋଇଛି l

୨୦୦୭ ମସିହାରେ ଉମା ନିଜ ପଡ଼ୋଶୀ ଯୁବକ ସୁରେଶ ମଲିକଙ୍କୁ ବିବାହ କରିଥିଲେ l ତାଙ୍କର ୩ଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି l ଜାନୁଆରୀ ୩୦ ତାରିଖରେ ଉମା ଅସୁସ୍ଥ ହୋଇ ପଡିବାରୁ ତାଙ୍କ ଭାଇ ଉମାଙ୍କୁ ହସ୍ପିଟାଲ ନେଇଥିଲେ l ରାତି ୧୦ଟାରେ ଭଉଣୀକୁ ଶାଶୁ ରେ ଛାଡି ଦେଇ ଯାଇଥିଲେ l ରାତି ୧୨ଟାରେ ଉମା ଘରେ ନଥିବା ନେଇ ଶାଶୁଘର ଲୋକେ ଅଭିଯୋଗ କରିଥିଲେ l ତେବେ ଉମାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.