LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପୋଖରୀରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ, ମଙ୍ଗଳବାର ମଧ୍ୟାହ୍ନରୁ ଥିଲେ ନିଖୋଜ

30/09/2020 at 1:01 PM

ଦିଗପହଣ୍ଡି ୩୦।୯: ଦିଗପହଣ୍ଡି ଆଠଗଡ଼ିଆ ସାହିର ଦିନା ଓରଫ ବି. ଦୀନବନ୍ଧୁଙ୍କର ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ଦିନା ମଙ୍ଗଳବାର ମଧ୍ୟାହ୍ନରୁ ନିଖୋଜ ଥିଲେ । ବସଷ୍ଟାଣ୍ଡ ନିକଟ ପେଣ୍ଡରା ବନ୍ଧରୁ ତାଙ୍କ ମୃତଦେହକୁ ଅଗ୍ନିଶମବାହିନୀ କର୍ମଚାରୀ ଉଦ୍ଧାର କରିଛନ୍ତି ।

ଦିନା ମାଛ ବ୍ୟବସାୟୀଙ୍କ ନିକଟରେ କାମ କରୁଥିଲେ । ସେ ଜଣେ ମେଳାପି ଓ ସହରର ସମସ୍ତଙ୍କ ପ୍ରିୟ ପାତ୍ର ଥିଲେ । କ୍ରିକେଟ୍ କମେଣ୍ଟ୍ରି କରି ସମସ୍ତଙ୍କୁ ରାସ୍ତା ଘାଟରେ ହସାଉଥିଲେ । ରାତି ସାଢ଼େ ୧୦ଟାରେ ପୋଖରୀ ଭିତରୁ ମୃତଦେହ ଉଦ୍ଧାର କରାଯାଇଛି । ବୁଧବାର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବ । ଦିନାଙ୍କ ଆକସ୍ମିକ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

   Related Posts