ମୁଣ୍ଡ କାଟିନେଲା କିଏ ? ପୋଖରୀରୁ ମିଳିଲା ଗଳିତ କବନ୍ଧ

Published By : Prameya-News7 Bureau | March 07, 2020 IST

ବାଲିଗୁଡା ୭।୩: ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ଶବ । ମୃତକ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ କିଲୁପଡ଼ା ଗ୍ରାମର ଯୁଧିଷ୍ଠିର ମଳିକ । ସେ ଗତ ମାସ ୨୮ ତାରିଖରୁ ନିଖୋଜ ଥିଲେ । ଗ୍ରାମବାସୀ ନଦୀକୁ ଗାଧୋଇବାକୁ ଯାଉଥିବାବେଳେ ନଦୀକୁ ଲାଗି ରହିଥିବା ପୋଖରୀରେ ମୃତଦେହ ଭାସୁଥିବା ଦେଖି ବାଲିଗୁଡ଼ା ଥାନାକୁ ଖବର ଦେଇଥିଲେ। ଶବଟିର ହାତ ଗୋଡ଼ ବନ୍ଧା ଯାଇଥିବାବେଳେ ମୁଣ୍ଡ ନଥିବା ଜାଣିବାକୁ ପାଇଥିଲା ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଥିଲା ।

{"id":234312,"sizeSlug":"large"}

ସୂଚନାଯୋଗ୍ୟ ଯେ, ମୃତଦେହ କ.ନୂଆଗାଁ ଥାନା ଅନ୍ତର୍ଗତ କିଲୁପଡ଼ା ଗ୍ରାମର ଯୁଧିଷ୍ଠିର ମଳିକଙ୍କର । ସେ ଗତ ମାସ ୨୮ ତାରିଖରୁ ନିଖୋଜ ରହିଥିବା ତାଙ୍କ ପରିବାର ଲୋକ କ.ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । କ.ନୂଆଗାଁରୁ ବାଲିଗୁଡ଼ା ପ୍ରାୟ ୧୦ କିଲୋମିଟର । ଶବଟି ନଦୀରେ ଫିଙ୍ଗିବା ପରେ ଭାସି ଆସିଛି କିମ୍ବା ହତ୍ୟା ପରେ ପୋଖରୀରେ ପକାଯାଇଛି ଜଣାପଡ଼ିନାହିଁ । ଯୁଧିଷ୍ଠିର ପୂଜାବିଧି କରିବା ସହ ଚାଙ୍ଗୁ ବଜାଉଥିଲେ । ଯୁଧିଷ୍ଠିରଙ୍କ ପରିବାର ଲୋକ ମୃତଦେହ ଚିହ୍ନଟ କରିଛନ୍ତି । ପୂର୍ବରୁ ତାଙ୍କ କାହା ସହ ଶତ୍ରୁତା ଥିଲା କି ନାହିଁ କହିପାରୁ ନାହାନ୍ତି । ମାତ୍ର ସେ ନିଖୋଜ ଥିବା ନେଇ ଗତ ୩ ତାରିଖରେ କ.ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ବାଲିଗୁଡ଼ା ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.