ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
3/12/2020 at 3:33 PM

କଟକ ୩।୧୨: କଟକ ମହାନଦୀ ସି-ସୋର ଘାଟରୁ ଏକ ଅଜଣା ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଉଦ୍ଧାର କରିଛି କ୍ୟାଣ୍ଟେନମେଣ୍ଟ ଥାନା ପୋଲିସ । ଗୁରୁବାର ମଧ୍ୟାହ୍ନରେ ମୃତଦେହ ମିଳିବା ପରେ କ୍ୟାଣ୍ଟେନମେଣ୍ଟ ଥାନା ପୋଲିସ ଅଗ୍ନିଶମ ବିଭାଗ ସହାୟତାରେ ଏହାକୁ ଉଦ୍ଧାର କରିଛି । ମୃତଦେହଟି ଅନ୍ୟ କେଉଁଠାରୁ ଭାସି କି ଆସି ଲାଗିଥିବା କହିଛି ପୋଲିସ । ପୋଲିସ ଶବଟିର ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଇଛି ।
Related Posts
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023