ଗୋବରୀ ନଦୀରେ ଭାସୁଛି ମହିଳାଙ୍କ ମୃତଦେହ, ଜଗି ରହିଛି କୁମ୍ଭୀର

Published By : Prameya-News7 Bureau | September 11, 2021 IST

ମହାକାଳପଡା ୧୧।୯: ଗୋବରୀ ନଦୀ କୂଳରୁ ମିଳିଲା ମହିଳାଙ୍କ ମୃତଦେହ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ଦେଉଳିପଡା ପଞ୍ଚାୟତ ଓଳିହା ଗାଁ ନିକଟରେ ଯାଇଥିବା ନଦୀ କୂଳରେ ମୃତଦେହ ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ମହାକାଳପଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ମୃତଦେହ ନିକଟରେ ଏକ କୁମ୍ଭୀର ଜଗି ରହିଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.