ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | March 30, 2023 IST

ବଲାଙ୍ଗୀର ୩୦।୩: ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ସହର ରାଜୀବନଗର ପଡାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଛାନଭିନ୍ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ସହର ରାଜୀବନଗର ପଡାରେ ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ । ତାଙ୍କ ନିକଟରୁ ମିଳିଥିବା ଆଧାର କାର୍ଡରୁ ମୃତକ ଜଣଙ୍କ ରାଜ ଭରଦ୍ୱାଜ ବୋଲି ଜଣାପଡିଛି । ତାଙ୍କ ଘର ନବରଙ୍ଗପୁରରେ । ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗେଟ୍ ଭାଙ୍ଗି ଘର ଭିତରେ ପଶିଥିଲା ପୋଲିସ । ମୃତ୍ୟର କାରଣ ଅସ୍ପଷ୍ଟ ଥିବାବେଳେ ମୃତଦେହ ଜବତ କରି ଛାନଭିନ୍ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.