ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଜନ୍ମଦିନ ହେଲା ଶେଷଦିନ, ନଦୀରୁ ମିଳିଲା ଶିଶୁପୁତ୍ରର ମୃତଦେହ

26/08/2021 at 7:59 AM

ଚଣ୍ଡିଖୋଲ, ୨୬ ।୮ :  ନଦୀରେ ବୁଡି ଯାଇ ୫ ବର୍ଷର ଶିଶୁର ମୃତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ଥାନା ଅଧୀନ ବଡ଼ ନଛିପୁର ଗ୍ରାମରେ ।

ସୂଚନାନୁସାରେ, ବରୀ ଅଣିକଣା ଗ୍ରାମର ରମାକାନ୍ତ ରାଉତଙ୍କ ୫ ବର୍ଷର ଶିଶୁ ପୁତ୍ର ବିଗ୍ନେଶ୍ୱର ମାମୁଁ ଘର ବଡ଼ ନଛିପୁର ଗ୍ରାମରେ କିଛି ଦିନ ହେବ ରହୁଥିଲେ । ଗୁରୁବାର ବିଗ୍ନେଶ୍ୱରର ଜନ୍ମଦିନ ଥିବା ବେଳେ ବାପା-ମା ପୁଅର ଜନ୍ମଦିନ ପାଳନ କରିବା ପାଇଁ ଆସିଥିଲେ । ହେଲେ ବିଗ୍ନେଶ୍ୱର ଘର ପାଖରେ ବୁଲା ବୁଲି କରୁଥିବା ସମୟରେ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ ।

ଘର ଲୋକେ ବହୁ ଖୋଜାଖୋଜି ପରେ ବଡ଼ ଗେଙ୍ଗୁଟି ନଦୀ ତୁଠରେ ପୁଅ ଚପଲ ପଡ଼ିଥିବା ଦେଖିଥିଲେ । ନଦୀରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ସେଠାରେ ଡାକ୍ତର ଶିଶୁ ପୁତ୍ରକୁ ମୃତ ଘୋଷଣା କରିଥିଲେ । ଗୋଟିଏ ପଟେ ବିଗ୍ନେଶ୍ୱରର ଜନ୍ମଦିନର ପ୍ରସ୍ତୁତି ଚାଲୁଥିବା ବେଳେ ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

   Related Posts